ଆଜି ସକାଳେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ସୌଭାଗ୍ୟ ନଗର ଅଞ୍ଚଳ ର ଏକ ପଡିଆ ମଝିରୁ ଏକ ମହିଳା ଙ୍କ ମୃତଦେହ ଉଦ୍ଧାର କରାଯାଇଛି | ମହିଳା ଜଣକ ରମା ଗୋଛାୟତ ଙ୍କ ଝିଅ ବିନୋଦିନୀ ଗୋଛାୟତ, ବୟସ 30 ବର୍ଷ ବୋଲି ଜଣାପଡିଛି | ବିନୋଦିନୀ ଗୋଛାୟତ ପ୍ରଥମ ବିବାହ କାହ୍ନୁ ଗୋଛାୟତ ଙ୍କୁ କରିଥିବା ବେଳେ 8 ମାସ ପୂର୍ବରୁ ସେ ଦ୍ୱିତୀୟ ବିବାହ ପାଣିନହଡା ଗ୍ରାମ ର ଶୁକଦେବ ଗୋଛାୟତ ଙ୍କୁ କରିଥିଲେ | ଗତ କିଛିଦିନ ତଳେ ବିନୋଦିନୀ ତାଙ୍କ ଦ୍ୱିତୀୟ ସ୍ୱମୀ ଶୁକଦେବ ଗୋଛାୟତ ଙ୍କ ସହିତ ଅନୁଗୁଳ ସୌଭାଗ୍ୟନଗର ସ୍ଥିତ ଭାଇଭାଉଜ ଙ୍କ ଘର କୁ ବୁଲିଆସିଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଏକ ପଡିଆ ମଝିରେ ପଡ଼ିଥିବା ଦେଖିବାକୁ ମିଳିଥିଲା | ପରିବାର ଲୋକେ କହିବା ଅନୁଯାୟୀ ମୃତ ବିନୋଦିନୀ ଓ ତାଙ୍କ ସ୍ୱମୀ ଭୋର ସକାଳୁ ଏକାସାଙ୍ଗରେ ମିଶି ଶୌଚ ପାଇଁ ଯାଇଥିବା ବେଳେ ପରେ ଘରକୁ କେହି ଫେରିନଥିଲେ |ପରିବାର କଳହ ରୁ ଶୁକଦେବ ନିଜ ପତ୍ନୀ ଙ୍କୁ ମାରି ଫେରାର ଥିବାନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି | ମହିଳା ଜଣକ ତଳକୁ ମୁହଁମାଡ଼ି ପଡ଼ିଥିବା ସହିତ ବେକରେ ଏକ ଗାମୁଛା ଗୁଡ଼ାଇ ହୋଇ ରହିଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର କରିଥିଲେ | ପୋଲିସ ତୁରନ୍ତ ସେଠାରେ ପହଂଚି ଶବ କୁ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ଆସି ସେଠାରେ ଯାଞ୍ଚ କରିବା ସହିତ ପୋଲିସ ଘଟଣା ର ତଦନ୍ତ କରୁଛି |
ଅନୁଗୁଳ ରୁ ସୋମପ୍ରସାଦ ଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ
