{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":[],"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}

ସ୍ତ୍ରୀକୁ କୁ ହତ୍ୟା କରିଥିବା ନେଇ ଦୋଷ ସ୍ୱୀକାର କଲା ସ୍ଵାମୀ। ଏହି ହତ୍ୟା ମାମଲାରେ ଦ୍ୱିତୀୟ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ମୁତାବକ ଅନୁଗୁଳ ସହରରେ ଥିବା ସୌଭାଗ୍ୟନଗରର ଏକ ପଡ଼ିଆରୁ ଗତ ୨୭ ତାରିଖ ବିନୋଦିନୀ ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ତାଙ୍କ ଦ୍ବିତୀୟ ସ୍ବାମୀ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମହିଳାଙ୍କ ମା’ ଅଭିଯୋଗ କରିଥିଲେ । ଏହା ପରେ ଅନୁଗୁଳ ଥାନା ପୋଲିସ ୬୮୨/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଥିଲା । ‌ଏପଟେ ଘଟଣା ପରେ ଦ୍ବିତୀୟ ସ୍ବାମୀ ଶୁକଦେବ ଗୋଚ୍ଛାୟତ ଫେରାର୍‌ ହୋଇଯାଇଥିଲେ । ତଦନ୍ତ ସମୟରେ ପୋଲିସ ଶୁକଦେବ ଏହି ହତ୍ୟା କରିଥିବା ସୁରାକ ପାଇଥିଲା । ପରେ ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଶେଷ‌ରେ ତାଙ୍କୁ ଢେଙ୍କାନାଳରୁ ଗିରଫ କରାଯାଇଛି । ଗିରଫ ପରେ ହତ୍ୟାକାଣ୍ଡ ନେଇ ଶୁକଦେବ ସ୍ବୀକାର କରିଛି । ଅନୁଗୁଳ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ଉପସ୍ଥିତିରେ କେମିତି ହତ୍ୟାକାଣ୍ଡ ଭିଆଇଥିଲା ତା’ର ଡେମୋ କରି ଦେଖାଇଥିଲା । ଘଟଣାର ପରଦାଫାଶ ହେବା ପରେ ପୋଲିସ ତାକୁ କୋର୍ଟ ଚାଲାଣ କରିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଧୀରେଶ କୁମାର ଦାସ । ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp