ଗୋସେବକ ରୁକେଶଙ୍କ ଦ୍ଵାରା ଆହତ ଗୋରୁଙ୍କ ଚିକିତ୍ସା
ଗୋଚାଲାଣ ବେଳେ ମାଡି ବସିଲା ବଜରଙ୍ଗ ଦଳ, ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଫାଣ୍ଡି ନିକଟରେ ଗତ ସୋମବାର ରାତିରେ ବେଆଇନ ଗୋରୁ ବୁଝେଇ ଆଇଚର ଗାଡି ଖରାପ ହୋଇ ଯାଇଥିଲା । ଫଳରେ ଗାଡି ଛାଡି ଡ୍ରାଇଭର ଓ ଗୋ ଚାଲାଣକାରୀ ସେଠାରୁ ପଳାଇ ଯାଇଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଦସ୍ୟ, ସ୍ଥାନୀୟ ଫାଣ୍ଡି ଅଧିକାରୀ, ବଅଁରପାଳ ପୋଲିସ, ଅନ୍ୟ କିଛି ସ୍ୱେଚ୍ଛାସେବୀ ସଂଗଠନ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉକ୍ତ ଗୋ ବୁଝେଇ ଆଇଚର ଗାଡି
WB 29A7798 ରୁ ସ୍ୱେଚ୍ଛାସେବୀ ଓ ଗୋ ରକ୍ଷକ ଏବଂ ଗ୍ରାମବାସୀଙ୍କ ଦ୍ଵାରା ମୋଟ ୮୪ଟି ଗୋରୁ ଉଦ୍ଧାର କରିଥିଲେ । ସେଥି ମଧ୍ୟରୁ ୭ ଗୋଟି ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ୧୫ ରୁ ଉର୍ଦ୍ଧ ଗୋରୁ ଆହତ ହୋଇଥିଲେ । ଆହତ ଗୋରୁ ଗୁଡିକୁ ଅନୁଗୋଳ ପ୍ରାଣୀ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ଗୋ ସେବକ ରୁକେଶ ରୋଶନ ଦାସ ଚିକିତ୍ସା ପ୍ରଦାନ କରିଥିବା ବେଳେ ଦୁଇ ଗୁରୁତର ଆହତ ଗୋରୁକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଦସ୍ୟ ଅନୁଗୋଳ ଗୋପାଳ ଗୋଶାଳାକୁ ଚିକିତ୍ସା ନିମନ୍ତେ ନେଇ ଆସିଥିଲେ । ଉଦ୍ଧାର ଗୋରୁମାନଙ୍କୁ ପୋଲିସ ଓ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ପାଳନ ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଦାନ କରାଯାଇଅଛି । ବାରମ୍ବାର ଉକ୍ତ ମହିଧରପୁର ଫାଣ୍ଡି ରାସ୍ତା ଦେଇ ବେଆଇନ ଗୋ ଚାଲାଣ ହେଉଥିବା ବେଳେ ପୋଲିସ ଗୋଚାଲାଣକାରୀ ମାନଙ୍କୁ ଧରିବାରେ ବିଫଳ ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବେଆଇନ ଗୋ ଚାଲାଣ ତଥା ଗୋ ହତ୍ୟା ରୋକିବା ଦିଗରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୋଚାଲାଣକାରୀ ଓ ଗୋହତ୍ୟାକାରୀ ବିରୋଧରେ ଆଇନ ଗତ ପଦକ୍ଷେପ ନେବାକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଦସ୍ୟ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଉଦ୍ଧାର କାର୍ଯ୍ୟରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ତପନ ମହାପାତ୍ର, ସୁବ୍ରତ ସ୍ୱାଇଁ, ଆଶିଷ ସିଂହ, ସୁବ୍ରତ ପରିଡା, ବୁଲୁ ଜ୍ୟୋତି ରଞ୍ଜନ ନାଏକ, ଅମ୍ଲାନ୍ ନାଏକ, ରାକେଶ ସାହୁ, ପିଙ୍କୁ ସାହୁ, ଗୌତମ ନାଏକଙ୍କ ସହ ଅନ୍ୟ ହିନ୍ଦୁ ସଂଗଠନ ତଥା ଗୋ ସେବକ ଓ ଗୋ ରକ୍ଷକ ପ୍ରମୂଖ ସହଯୋଗ କରିଥିଲେ । ମହିଧରପୁର ରୁ ସୋମ ପ୍ରସାଦ ଦାସଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ ।