ରବିବାର ଅପରାହ୍ନ ପ୍ରାୟ ସାଢେ଼ ଚାରିଟା ସମୟରେ ଜଣେ ମାତାଲ୍ ଯୁବକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କାଜୁଆଲିଟି ଭିତରେ ପଶି ଚାରିପଟ ର ଫଟୋ ଉଠାଇଥିଲେ। ସିକ୍ୟୁରିଟି ଗାର୍ଡ ସାଲ୍ୟୁଟ ମାରି ତାଙ୍କୁ ଭିତରକୁ ଛାଡି ଦେଇଥିଲା।ଆଶୁ ଚିକିତ୍ସା କେନ୍ଦ୍ର ଭିତରେ ଥିବା କର୍ମଚାରୀ ମାନେ କାହିଁକି ମୋବାଇଲ ରେ ଫଟୋ ଉଠାଉଛ
ବୋଲି ପଚାରିବାରୁ ସେ ଧମକ ଦେଇ କହିଥିଲା – ମୋତେ ଚିହ୍ନିନ? ମୁଁ ପ୍ରେସ ବାଲା,ତୋ ଚାକିରି ଘଣ୍ଟାକେ ଖାଇଦେବି।ଏହିଭଳି ମେଡ଼ିକାଲ ଭିତରେ
ଉତ୍ପାତ କରୁଥିବା ବେଳେ ଜଣେ ସୋସିଆଲ ମିଡ଼ିଆ ସାମ୍ବାଦିକ ଯୁବକ ଜଣକୁ ଧରି ସ୍ଥାନୀୟ ଫାଣ୍ଡି ରେ ଦେଇଥିଲେ।ଫାଣ୍ଡିରେ ପୋଲିସ କୁ ଦେଖି
ଯୁବକ ଜଣକ ର ଦେହରୁ ଝାଳ ବାହାରିଥିଲା।ଶେଷରେ ସେ କାନ ଧରି
ଭୁଲ ମାଗିବା ସହ ଆଉ ଡାକ୍ତରଖାନା ପାଖ ମାଡ଼ିବି ନାହିଁ ବୋଲି କହି ପଳାଇଥିଲା।ସୁରକ୍ଷା ବ୍ୟବସ୍ଥା ରେ ଢିଲା ଯୋଗୁଁ ମାତାଲ୍ ଯୁବକ ଜଣକ ଏଭଳି କାଣ୍ଡ ଭିଆଇବାକୁ ସକ୍ଷମ ହୋଇପାରିଥିଲା
ବୋଲି ଅଭିଯୋଗ ହେଉଛି। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ
