ପବିତ୍ର ଗାନ୍ଧୀଜୟନ୍ତି ଅବସରରେ ସାରା ଦେଶ ରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବା ବେଳେ ଅନୁଗୋଳ ଜିଲ୍ଲା ପୂର୍ବ ସୈନିକ ସଂଘ (ADV) ଦ୍ଵାରା ଜିଲ୍ଲା ର ପ୍ରତେକ ହବ୍ ରେ ସପ୍ତାହ ପୂର୍ବରୁ ଏହି କାର୍ଯ୍ୟକ୍ରମ ADV ର ନିର୍ଦ୍ଦେଶ କ୍ରମେ ହବ୍ ଇନ୍ଚାର୍ଜ ଦ୍ଵାରା ଚାଲି ଆସୁଥିବାବେଳେ ଆଜି ପୁଣ୍ୟ ଗାନ୍ଧିଜୟନ୍ତୀ ଅବସରରେ ADV ର ଶତାଧିକ ସଦସ୍ୟଙ୍କ ସାହୋଜୋଗ କ୍ରମେ ସଭାପତି ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି ଙ୍କ ନେତୃତ୍ଵ ରେ ବାସନ୍ତୀ ଦୂର୍ଗା ମଣ୍ଡପ ପରିସର କୁ ସାଫସଫାଇ କରି ଯୁବ ପୀଢ଼ି ଙ୍କୁ ସ୍ୱଚ୍ଛତା ର ବାର୍ତ୍ତା ଜଣାଇ ଥିଲେ । ଏହି ସବୁ କାର୍ଯ କ୍ରମ କୁ ଦେଖି ସହର ବାସି ତଥା ବୁଦ୍ଧିଜୀବି ଙ୍କ ମହଲରେ ପୂର୍ବ ସୈନିକ ମାନେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି । ଆଗାମୀ ଦିନରେ ଏହିପରି ଉନ୍ନତ ଚିନ୍ତା ଧାରାର କାର୍ଯ୍ୟ ଜାରି ରହିବ ବୋଲି ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ସାହୁ ବୁଦ୍ଧିଯିବି ଙ୍କ ଗହଣରେ କହିଥିଲେ । ସେହିପରି ADV ର ଉପସଭାପତି ଶ୍ରୀଯୁକ୍ତ ରଞ୍ଜିତ ଜେନା ସମାଜର ବିକାଶରେ ଆମର ସର୍ବଦା ସହଯୋଗ ରହିବ ବୋଲି ଉକ୍ତ କାର୍ଯ୍ୟ କ୍ରମ ରେ ନିଜର ମତ ରଖିଥିଲେ । ଏହିପରି ସଫାଈ କାର୍ଯ୍ୟରେ କିଛି ବୟସର ଅପରାହ୍ନ ଥାଇ ମଧ୍ୟ କିଛି ପୂର୍ବ ସୈନିକ ମାନଙ୍କ ଉତ୍ସାହ ଦେଖି ଯୁବ ପିଢ଼ି ମାନେ ନିଜକୁ ସମ୍ଭାଳି ନପାରି ଉକ୍ତ କାର୍ଯ୍ୟରେ ସାମିଲ ହୋଇଯାଇଥିଲେ । ସେହିପରି ସଫେଇ କାର୍ଯ୍ୟକ୍ରମରେ ବର୍ଷା ଦିନେ ଜଙ୍ଗଲି ଘାସ କୁ କାଟି ସଫେଇ ସହ ଜାମ ହୋଇ ରହିଥିବା ନାଳ ନର୍ଦ୍ଦମା ରେ ଜମି ରହିଥିବା ଅଳିଆ ଆବର୍ଜ୍ଜନା କୁ ଉଠାଇ ବା ସହିତ ବ୍ଲିଚିଙ୍ଗି ପାୱଡର୍ ର ସିଞ୍ଚନ କାର୍ଯ ଅତି ସୁନ୍ଦର ସହ ତୁଲାଇ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ କିଛି ବୁଦ୍ଧିଜୀବି ଶ୍ରୀ ଶକ୍ତି ପ୍ରସାଦ ପଟ୍ଟନାୟକ(ସଭାପତି ମା ବାସନ୍ତି ଦୁର୍ଗାପୂଜା କମିଟି) ତଥା କ୍ୟାପଟେନ(Retd) ସୁଭେନ୍ଦ୍ର ନାରାୟଣ ମହାନ୍ତି ଏବଂ ପୂର୍ବ ସୈନିକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ, ସୁଶାନ୍ତ ପ୍ରଧାନ , ଜୟକୃଷ୍ଣ ନାଥ, ବିଜୟ ପତି,ଶ୍ରୀ ଅଶୋକ କୁମାର ପ୍ରଧାନ ସହିତ ବହୁତ ବୟୋଜ୍ୟେଷ୍ଠ ପୂର୍ବ ସୈନିକ ଏବଂ JNV ଅନୁଗୋଳ alumini association (JAAAN) ସଦସ୍ୟ ମାନେ ମଧ୍ୟ ସାମିଲ ହୋଇ ଆମ ପାରିପାର୍ଶ୍ୱିକ ଅଞ୍ଚଳକୁ କିପରି ସ୍ୱଚ୍ଛ ସୁନ୍ଦର କରି ଗଢି ତୁଳିବା ତାର ସୁନ୍ଦର ବାର୍ତ୍ତା Angul Defence Veterans Associations (ADV) ଦେଇ ସବୁ ମହଲରେ ଉଦାହରଣ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp