ଶୁକ୍ରବାର ବେଣାଗାଡିଆ ଶନି ମନ୍ଦିର ଠାରେ ଜିନ୍ଦଲ ବିରୁଦ୍ଧରେ କଂଗ୍ରେସ ର ଏକ ପ୍ରସ୍ତୁସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା ସଭାପତିତ୍ବ କରିଥିଲେ। ବୈଠକକୁ ପରିଚାଳନା କରିଥିଲେ ସରୋଜ ପ୍ରଧାନ। ଏହି ପ୍ରସ୍ତୁତି ବୈଠକ ରେ କଂଗ୍ରେସ ନେତା ଦିଗାମ୍ବର ଗଡନାୟକ୍, ଜୟନ୍ତ ସାହୁ ବିଜୟ ରଞ୍ଜନ ଚଉଳିଆ,ପ୍ରବୋଧ କୁମାର ସ୍ୱାଇଁ ,ସୁଦିପ ମିଶ୍ର ଜିତେନ୍ଦ୍ର ସାହୁ, ରଶ୍ମି ରଞ୍ଜନ ସାହୁ ଟିକନ ବେହେରା,ଜଗଦା ନନ୍ଦ ପ୍ରଧାନ ଦେବାଶିଷ ଘୋଷ ଆଇନଜିବି ଶ୍ରୀ ତ୍ରିପାଠୀ ପ୍ରମୁଖ ବରିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଈ ଜିନ୍ଦଲ କାରଖାନା ର ମନ ମାନି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପାଇଁ ନିଷ୍ପତି ନିଆଗଲା। ନିକଟରେ ଘଟିଥିବା ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଈଁ କଂଗ୍ରେସ ଦଳ ଦାବି କାରୁଛି । ସରକାରଙ୍କ ପ୍ରଦୁଷଣ ବିଭାଗ ଜିନ୍ଦଲ କାରଖାନା ର ବେନିୟମ କାର୍ଯ୍ୟ ବିରୁଦ୍ଧରେ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେଉ ନ ହେଲେ ଆଗାମୀ ଦିନରେ କଂଗ୍ରେସ ଦଳ ଜିନ୍ଦଲ ବିରୁଦ୍ଧରେ ରାଜ ରାସ୍ତା କୁ ଓହ୍ଲାଇବ।
