ରବିବାର ଦିନ କୁରୁଡୋଲ ଐଶାନ୍ୟେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଗୋଳ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା କବି ଶ୍ରୀଯୁକ୍ତ ସନତ କୁମାର ନାଏକ ଏବଂ କବି ଶ୍ରୀଯୁକ୍ତ ପୁରୁଷୋତ୍ତମ ସିଂ ସାମନ୍ତ ଙ୍କ ପ୍ରଚେଷ୍ଟାରେ କାଶତଣ୍ଡୀର ମଉଳାହସ କବିତା ଆସରରେ ମଞ୍ଚାସୀନ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅକ୍ଷୟ କୁମାର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ସଦାନନ୍ଦ ପରିଡ଼ା, ଶ୍ରୀଯୁକ୍ତ ବିଭୁତି ଭୁଷଣ ସାହୁ, ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସିଂ ସାମନ୍ତ, ଶ୍ରୀଯୁକ୍ତ ନିରଞ୍ଜନ ପତି, ଶ୍ରୀଯୁକ୍ତ ବିଜୟ କୁମାର ଦାସ, ଶ୍ରୀଯୁକ୍ତ ପୁରୁଷୋତ୍ତମ ସିଂ ସାମନ୍ତ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ, ଶ୍ରୀଯୁକ୍ତ ବୈରାଗୀ ମଲ୍ଲିକ ମହାଶୟମାନଙ୍କ କରକମଳରେ ଚେତନାଶ୍ରୀ ସାହିତ୍ୟ ସଂସଦର ସଂପାଦିକା ଶ୍ରୀମତୀ ଗୀତାମୟୀ ମହାପାତ୍ରଙ୍କ ରଚିତ ଭଜନ ପୁସ୍ତକ “ଦାରୁଦେବତା” ର ଶୁଭ ଉନ୍ମୋଚନ ହୋଇ ଯାଇଛି। ଏହି ଭଜନ ପୁସ୍ତକଟି ଶ୍ରୀ କୃଷ୍ଣ ଜଗନ୍ନାଥ ଙ୍କ ଉପରେ ସଂକଳିତ ପୁସ୍ତକ ଅଟେ । ପ୍ରାୟ ୧୪ଖଣ୍ଡ ପୁସ୍ତକର ରଚୟିତା ଶ୍ରୀମତୀ ଗୀତାମୟୀ ମହାପାତ୍ରଙ୍କ ଏହି ଲେଖନୀ ଆଗକୁ ଏଇଭଳି ଜାରି ରହିଥାଉ ବୋଲି ଉପସ୍ଥିତ ସମସ୍ତ ସାରସ୍ଵତ କର୍ମକର୍ତ୍ତା ଏବଂ କବି କବୟିତ୍ରୀ ମାନେ ଆଶୀର୍ବାଦ ପୂର୍ବକ ଅଭିନନ୍ଦନ ଜଣାଇଥିଲେ। କୃଷ୍ଣ ବନ୍ଦେ ଜଗତ ଗୁରୁ, କୃଷ୍ଣ ଜଗନ୍ନାଥ ଏକ ଓ ଅଭିନ୍ନ ଦୃଷ୍ଟିରେ ଆଧ୍ୟାତ୍ମିକ ଚେତନାରେ ସମସ୍ତଙ୍କ ପ୍ରାଣ ବ୍ରତୀ ହେବାର ଆଶା ରଖି ଏଇ ଭଳି ଆଧ୍ୟାତ୍ମିକ ସଂକଳନରେ ନିଜକୁ ନିୟୋଜିତ କରିବାରେ ତାଙ୍କର ଅହେତୁକ ଆନନ୍ଦ ରହିଛି ଓ ଆଗକୁ ରହିବ ବୋଲି ସେ ମତପୋଷଣ ପୂର୍ବକ ଅଭିମତ ରଖି ସମସ୍ତ କବିସମାଜକୁ କୃତଜ୍ଞତା ଜ୍ଞାପନ କରିଥିଲେ।