ଜିଲ୍ଲା କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କୁ ନେଇ ଏକ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ନଭେମ୍ବର ମାସରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ବାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା । ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ନଭେମ୍ବର ମାସରେ ଜିଲ୍ଲାରେ ମୋଟ ୩୨ଟି ଦୁର୍ଘଟଣା ଘଟିଥିବାବେଳେ ୧୫ଜଣଙ୍କର ମୃତ୍ୟୁ ଘଟିଛି, ୧୨ ଜଣ ଗୁରୁତର ଆହତ ଓ ସାମାନ୍ୟ ଆହତ ୮ ଜଣ ହୋଇଛନ୍ତି । ଏହି ଦୁର୍ଘଟଣା ମଧ୍ୟରୁ ଗତ ମାସରେ ୧୦ଟି ଦୁର୍ଘଟଣା ଜାତୀୟ ରାଜପଥରେ ଘଟିଥିବାବେଳେ ୨୨ ଟି ଦୁର୍ଘଟଣା ରାଜ୍ୟ ରାଜପଥ ଓ ଅନ୍ୟାନା ଅଞ୍ଚଳରେ ଘଟିଛି । ଗତ ମାସରେ ପରିବହନ ବିଭାଗ ଦ୍ବାରା ହୋଇଥୁବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୧୧୨୪ ଜଣଙ୍କ ଠାରୁ ୧୧ ଲକ୍ଷ ୨୪ ହଜାର ଟଙ୍କା, ବିନା ସିଟ୍ ବେଲ୍ଟରେ ୩୭ ଜଣଙ୍କ ଠାରୁ ୩୭ ହଜାର ଟଙ୍କା, ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୯୩୭ ଜଣଙ୍କ ଠାରୁ ୧୮ ଲକ୍ଷ ୭୪ ହଜାର ଟଙ୍କା, ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୪୭ ଜଣଙ୍କ ଠାରୁ ୪ ଲକ୍ଷ ୭୦ ହଜାର ଟଙ୍କା, ଅତ୍ୟଧିକ ମାଲପରିବହନ କରିଥିବା ୫୧ ଟି ମାମଲାରେ ୨୪ଲକ୍ଷ ୮୬ ହଜାର ୨୮୪ ଟଙ୍କା, ମାଲବାହି ଗାଡିଗୁଡିକରେ ଯାତ୍ରୀ ସେବା ଅଭିଯୋଗରେ ୧୮ଟି ମାମଲାରେ ୯୦ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାର୍ଶ୍ୱ ଜୋନରେ ଗାଡି ପାର୍ଶ୍ୱ କରିବା ଅଭିଯୋଗରେ ୪୫୯ଟି ମାମଲାରେ ୪୧ଲକ୍ଷ ୫୦୦ ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୩୧ଟି ମାମଲାରେ ୧ ଲକ୍ଷ ୫୫ ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଥିବା ବେଳେ ୪୦୧ ଜଣଙ୍କର ଲାଇସେନ୍ସ ନିଲମ୍ବନ କରାଯାଇଥିଲା ଓ ୨୩ ଟି ଗାଡି ଜବତ କରାଯାଇଥିଲା । ସେହିପରି ଜିଲ୍ଲା ପୋଲିସ ଦ୍ବାରା ଯାଞ୍ଚ କରିବା ସମୟରେ ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୩୦ ଜଣଙ୍କ ଠାରୁ ୬୩ ହଜାର ୫୦୦ ଟଙ୍କା, ଅତ୍ୟଧିକ ମାଲପରିବହନ କରିଥିବା ୧୫ ଟି ମାମଲାରେ ୩୭ ହଜାର ୫୦୦ ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୯୮ ଟି ମାମଲାରେ ୪ ଲକ୍ଷ ୯୦ ହଜାର ଟଙ୍କା, ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୧୧୪୨ ଜଣଙ୍କ ଠାରୁ ୧୧ ଲକ୍ଷ ୪୨ ହଜାର ଟଙ୍କା, ବିନା ସିଟ୍ ବେଲ୍ଟରେ ୧୨୭୯ ଜଣଙ୍କ ଠାରୁ ୧୨ ଲକ୍ଷ ୭୯ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାର୍ଶ୍ୱ ଜୋନରେ ଗାଡି ପାର୍ଶ୍ୱ କରିବା ଅଭିଯୋଗରେ ୧୩୯୯ ଟି ମାମଲାରେ ୨୩ଲକ୍ଷ ୮୪ ହଜାର ୬୦୦ ଟଙ୍କା ଜୋରିମନା ଆଦାୟ କରାଯାଇଥିଲା ଏବଂ ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୫୪୮ ଟି ମାମଲା ରୁଜୁ କରାଯାଇଛି । ପୋଲିସ ଓ ପରିବହନ ବିଭାଗର ଅଧିକାରୀମାନେ ଯାନବାହନ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କ୍ରିୟାଶିଳ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବଢ଼ୁଥିବା ଦୁର୍ଘଟଣା ରୋକିବା ନିମନ୍ତେ ଟ୍ରାଫିକ୍ ନିୟମ କଡାକଡି କରିବା ସହ ଆବଶ୍ୟକ ସ୍ଥଳେ ରାସ୍ତା ମରାମତି କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ) ମହାପାତ୍ର, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବର୍ନେନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିଖିଳ କୁମାର ପଟ୍ଟନାୟକ, ଉପଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ବାଗ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ତା. ଧନଞ୍ଜୟ ବେହେରାଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।