ଅନୁଗୋଳ: ହୁଲୁରିସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସରକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସୁଷମା ସାମଲଙ୍କର ଗତକାଲି ସନ୍ଧ୍ୟା ୫ ଘଣ୍ଟିକା ମିନିଟ ସମୟରେ ଭୁବନେଶ୍ୱର ରେ ପରଲୋକ ହୋଇଯାଇଛି। ଶ୍ରୀମତୀ ସାମଲ ପେଟ ଜନିତ ସମସ୍ୟା ଯୋଗୁଁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ଚିକିତ୍ସିତ ହେଉଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକ ମାତ୍ର ପୁତ୍ର ଓ ସାନ ଭଉଣୀ ଓ ପୁତୁରା ଉପସ୍ଥିତ ଥିଲେ। ମୋହାଦୟା ଜଣେ ପରୋପକାରୀ , ମିଷ୍ଠି ଭାଷୀ ମେଲାପି ଓ ଛାତ୍ର ବତ୍ସଳ ଶିକ୍ଷୟତ୍ରୀ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ସେ ୨୦୦୩ ମସିହାରେ ହୁଲୁରିଶିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାବରେ ଯୋଗ ଦେଇ ପ୍ରଧାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ ତୁଲାଉ ଥିଲେ। ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ତାଙ୍କ ମର ଶରୀର କୁ ତାଙ୍କ ବାସଭବନରୁ କାର୍ଯ୍ୟରତ ଥିବା ହୁଳୁରିଶିଂହା ବିଦ୍ୟାଳୟକୁ ଅଣାଯାଇଥିଲା। ବିଦ୍ୟାଳୟ ପରିସରରେ ହୁଲୁରିଶୀଂହା ଗ୍ରାମ ଓ ଆଖପାଖ ଅଂଚଳର ଶତାଧିକ ଗ୍ରାମବାସୀ ଓ ଛାତ୍ରଚ୍ଛାତ୍ରି ତାଙ୍କୁ ପୁଷ୍ପମାଳ ଦେଇ ଶେଷ ବିଦାୟ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା। #angul #angulexpress
