ଅନୁଗୁଳ
ରାଜକିଶୋରପଡା ଜଗନ୍ନାଥ ମନ୍ଦିରରେ ଆଜି ଅମଲାପଡା ମା ବାସନ୍ତୀ ଦୁର୍ଗା ପୂଜା
ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି।
ବାସନ୍ତୀ ଦୁର୍ଗାପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ
ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଗତ ପୂଜାର ଆୟବ୍ୟୟ
ଉପରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ପୂଜାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ପୂଜା, ମୂର୍ତ୍ତି, ସାଜ ସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ କୁ କିଭଳି ଆକର୍ଷଣୀୟ
କରାଯିବ ତା ଉପରେ ବିଶେଷ ଆଲୋଚନା ହୋଇଥିଲା। ବୈଠକରେ କମିଟିର ସମ୍ପାଦକ ଅନୁପ କୁମାର ମହାନ୍ତି, ଉପ ସଭାପତି ଯତୀନ ସେଠି, ଯୁଗ୍ମ କୋଷାଧ୍ୟକ୍ଷ୍ୟ ରଶ୍ମି ରଞ୍ଜନ ପ୍ରଧାନ, ତାପସ ରଞ୍ଜନ ରାୟ, ଉପଦେଷ୍ଟା
ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା, ମନୁ ପ୍ରଧାନ, ରିତେସ ଦଳବେହେରା, ଅନିଲ ପଟନାୟକ, ପ୍ରତାପ ମାଝୀ, ଅମ୍ବିକା ପ୍ରସାଦ ଦେବତା, ଶୁଭେନ୍ଦୁ ପ୍ରଧାନ, ବିଜୁ ରାଉତ, ସରୋଜ ସାହୁ, ବାପୁ ଭଞ୍ଜ, ବିକି, ଗୁଡ଼ୁ, ମୁନୁ, ଜଗୁ, ଡୁଗୁ, ହାପି, ସୌମ୍ୟ, ମନିଶ, ଆଶୁ, ଗୁରୁ, ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp