ମାଧପୁର: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡ଼ା ପଞ୍ଚାୟତ ଅଧୀନ ଆମ୍ବ ବଗିଚା ଠାରେ ଥିବା ମାହେଶ୍ୱରୀ ସଂସ୍କୃତି ଭବନ ପରିସରରେ ରବିବାର ଅପରାହ୍ନରେ ପ୍ରଥମ ଯୁବ ଡୁମାଳ ବୈଠକ ଅନୁଷ୍ଠିତ ହୋଇଯାଇଛି । କୁଦଗାଁ ର ଯୁବ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଖେତୀ ଏହି ବୈଠକ ରେ ସଭାପତିତ୍ବ କରିଥିବା ବେଳେ ଆଗାମୀ ଦିନରେ ଡୁମାଳ ସମାଜ ର ଯୁବକ ମାନେ ସେବା ମୋନଭାବ ନେଇ ଏହି ସଂଗଠନ ରେ କେମିତି ବ୍ୟାପକ ଯୋଡ଼ି ହେବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ସିଦ୍ଧାର୍ଥ ଶଙ୍କର କ୍ଷେତି, ମନୋଜ କୁମାର ପ୍ରଧାନ, ଅନ୍ତର୍ଯ୍ୟାମୀ ମହାକୁଡ଼, ନିଗମାନନ୍ଦ ପ୍ରଧାନ, ସୁନନ୍ଦ ମହାକୁଡ଼, ଆନନ୍ଦ ବଘାର, ଦିବାକର କର୍ଣ୍ଣ, ଦୁଷ୍ମନ୍ତ ମାହାର, ପ୍ରତାପ କର୍ଣ୍ଣ, ଅମିତାଭ ମହାକୁଡ଼, ଶାନ୍ତନୁ କର୍ଣ୍ଣ ପ୍ରମୁଖ ଙ୍କୁ ନେଇ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ପରବର୍ତ୍ତୀ ବୈଠକ ପାଇଁ ପ୍ରସ୍ତାବ ଆଗତ ହୋଇଥିବା ଜଣାଯାଇଛି ।