ଅନୁଗୋଳ – ନାକ ଟିମ ର ତିନିଜଣିଆ ସଦସ୍ୟ ମାନଙ୍କ ସହିତ ଅନୁଗୋଳ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଦସ୍ୟ ମାନଙ୍କର ମହାବିଦ୍ୟାଳୟର ଆକଳନ ଓ ବିଭିନ୍ନ ପ୍ରସଙ୍ଗ ପାଇଁ ଏକ ଆଲୋଚନା ଆଭାସୀ ମାଧ୍ୟମରେ ସ୍ଥାନୀୟ ଅନୁଗୋଳ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ବିଭିନ୍ନ ଉନ୍ନତି ଦିଗରେ ପୁରାତନ ଛାତ୍ର ମାନେ କେଉଁ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଛନ୍ତି ସେ ବିଷୟରେ ନାକ ଟିମ ଜାଣିବାକୁ ଚାହିଁଥିଲେ। ପୁରାତନ ଛାତ୍ର ସଂସଦ ଦ୍ୱାରା ବିଭିନ୍ନ ସମୟରେ କରାଯାଇଥିବା ମହାବିଦ୍ୟାଳୟର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା। ସେହିପରି ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ମାନେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ହୋଇଥିବା କଥା ସେମାନେଙ୍କୁ ଅବଗତ କରାଯାଇଥିଲା। ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସଂସ୍ଥାରେ ଡାକ୍ତର, ଇଞ୍ଜିନିଅର, ବୈଜ୍ଞାନିକ, ଅଧ୍ୟାପକ, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, ସମାଜସେବୀ କାର୍ଯ୍ୟରତ ଥିବା ସେମାନଙ୍କୁ ସଂସଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ନାକ ଟିମ ସଦସ୍ୟ ମାନେ ପୁରାତନ ଛାତ୍ର ମାନଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଆଲୋଚନାରେ ଛାତ୍ର ସଂସଦର ସମ୍ପାଦକ ଦେବାଶିଷ ପଟ୍ଟନାୟକ, କୁମୁଦ ଚନ୍ଦ୍ର ଦାସ, ଦୁର୍ଗା ଶଙ୍କର ମିଶ୍ର, ନିଝାର ଅଲ୍ଲୀ ଦାମନୀ, ସରୋଜ ପାଣିଗ୍ରାହୀ, ପ୍ରଭାତ ସିହ୍ନ।, ରାଜା ମହେନ୍ଦ୍ର ମିଶ୍ର, ଆଦିତ୍ୟ ଅଗ୍ରୱାଲ, ପ୍ରଶାନ୍ତ ଦେହୁରୀ ପ୍ରମୁଖ ଆଲୋଚନାର ପ୍ରତିନିଧିତ୍ବ କରିଥିଲେ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp