{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}


ଆକ୍ସନ ମୋଡ଼ ରେ ଖାଦ୍ୟ ସୁରକ୍ଷା ବିଭାଗ। ଖାଦ୍ୟ ନିରାପତା ବିଭାଗ କୁ ଦେଖି ଗ୍ରାହକ ଭୋଜନ କରିବା ବେଳେ ମାଲିକ ତାଲା ପକାଇ ଫେରାର ଉଦ୍ୟମ। ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ଆଜି ପୂର୍ବାହ୍ନ ସମୟରୁ ପ୍ରାୟ ଅପରାହ୍ନ ପର୍ଯ୍ୟନ୍ତ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ବିଭିନ୍ନ ଦୋକାନ ଓ ହୋଟେଲ ଗୁଡ଼ିକୁ ଯାଞ୍ଚ୍ କରାଯିବା ସହ ୨୦ ହଜାର ୨୦୦ ଟଙ୍କା ଫାଇନ୍ କରାଯାଇଛି । ଅନୁଗୁଳ ଜିଲ୍ଲା ର ବିଭିନ୍ନ ପଡୋଶୀ ଜିଲ୍ଲା ଗୁଡିକ ଏବଂ ରାଜ୍ୟ ରେ ବ୍ୟାପିଥିବା ହଇଜା ଓ ବର୍ଷା ଦିନକୁ ଦୃଷ୍ଟି ରେ ରଖି ଅନୁଗୁଳ ଏଫଏସଓ ହରପ୍ରିୟା ବେହେରାଙ୍କ ନେତୃତ୍ଵ ରେ ଆଜି ଏକ ଟିମ୍ ବଅଁରପାଳ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଦୋକାନ ଓ ହୋଟେଲ ଗୁଡ଼ିକୁ ଯାଞ୍ଚ୍ କରିଥିଲେ । ଏହି ଯାଞ୍ଚ୍ ସମୟରେ ଅନେକ ହୋଟେଲ ଓ ଖାଦ୍ୟ ସାମଗ୍ରୀ ଦୋକାନ ଗୁଡିକରେ ଫୁଡ୍ ଲାଇସେନ୍ସ ନଥିବା ବେଳେ ଅତି ଅପରିଷ୍କାର ଦୋକାନ, ଦୂଷିତ ଜଳ ଓ ଅସ୍ୱାସ୍ଥ୍ୟକର ପରିବେଶ ରେ ଖାଦ୍ୟ ଗୁଡ଼ିକୁ ପରଷା ଯାଉଥିବାର ଦେଖା ଦେଇଥିଲା ଯାହା ଫଳରେ ବିଭାଗ ତରଫରୁ ଏସବୁ ଦୋକାନ ଗୁଡ଼ିକୁ ତାଗିଦ୍ କରିବା ସହିତ ପ୍ରାୟ ୫୦ କିଲୋ ରୁ ଅଧିକ ପରିମାଣ ର ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ନଷ୍ଟ କରାଯାଇଥିଲା । କିଛି ଅମାନିଆ ହୋଟେଲ ମାଲିକ, ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ଯାଞ୍ଚ୍ ଖବର ପାଇ ଗ୍ରହକ ହୋଟେଲ ରେ ଖାଉଥିବା ସମୟରେ ହୋଟେଲ ବାହାରୁ ତାଲା ପକାଇ ଦେଇଥିଲେ , ଯାହା ଫଳରେ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରାୟ ୩୦ ରୁ ଅଧିକ ଦୋକାନ ଉପରେ ଚଢ଼ାଉ କରାଯାଇଥିବା ବେଳେ ୧୩ ଜଣଙ୍କ ନିକଟରୁ ଫାଇନ ଆଦାୟ କରାଯାଇଥିଲା । ଏହି ଚଢ଼ାଉ ପ୍ରକ୍ରିୟାରେ ଡିପିଏଚଓ ଧନଞ୍ଜୟ ବେହେରା, ଏଫଏସଓ ହରପ୍ରିୟା ବେହେରା, ଏମଟିଏସ ନୀଳାମ୍ବର ପ୍ରଧାନ ଉପସ୍ଥିତ ରହିଥିଲେ । ବଅଁରପାଳ ରୁ ଲଲାଟେନ୍ଦୁ ନାଏକ ଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp