ଅନୁଗୋଳ ଜିଲ୍ଲାରେ ଚାଲିଛି ରାଜ୍ୟ ସ୍ତରୀୟ ମାନସିକ ଡାକ୍ତର ସୋସାଇଟିର ସମ୍ମିଳନୀ । ଲୋକ ମାନଙ୍କୁ ମାନସିକ ରୋଗ ସମ୍ପର୍କରେ ସଚେତନତା କରାଇବା ଉଦ୍ୟେଶରେ ଏହି ସମ୍ମିଳନୀ ଚାଲିଥିବା ବେଳେ ଏଥିପାଇଁ ଆଜି ସକାଳେ ଏକ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶତାଧିକ ଛାତ୍ରଛାତ୍ରୀ ଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ଡ଼ାକ୍ତର ଏହି ଶୋଭାଯାତ୍ରାରେ ପ୍ଲାକାର୍ଡ ଏବଂ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଯାଏ ଯାଇଥିଲେ । ପରେ ଏକ ହୋଟେଲରେ ସମ୍ମିଳନୀ କାର୍ଯ୍ୟ କରାଯାଇଥିଲା । ଦୁଇଦିନ ଧରି ଏହି ସମ୍ମିଳନୀ ଚାଲିବାକୁ ଥିବା ବେଳେ ଏଥିରେ ଯୁବ ଡାକ୍ତରଙ୍କ ପାଇଁ କୁଇଜ ପ୍ରତିଯୋଗିତା କରାଯିବା ସହ ବରିଷ୍ଠ ଡାକ୍ତରମାନେ ବିଭିନ୍ନ ପରାମର୍ଶ ଦେବେ । ମୁଖ୍ୟତଃ ଲୋକ ମାନସିକ ରୋଗ ନେଇ ସଚେତନ ନ ହୋଇ ପାରି ଆତ୍ମହତ୍ୟା କିମ୍ବା ଅନ୍ୟାନ୍ୟ କୌଣସି ପଦକ୍ଷେପ ନେଇ ଯାଉଥିବା ବେଳେ ଅନେକ ସମୟରେ ଗୁଣି ଗାରେଡି ଉପରେ ନିର୍ଭର ହେଉଛନ୍ତି । ଏହି ସବୁରୁ ନିବୃତ ରହି ମାନସିକ ଡାକ୍ତରଙ୍କ ପରାମର୍ଶ କରି ଚିକିତ୍ସା କରାଇ ଏ ସବୁରୁ ଦୁରେଇ ରହିବାକୁ ଏହି ସମ୍ମିଳନୀରେ ସଚେତନ କରାଇବାକୁ ଉଦ୍ୟେଶ ରଖାଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଡାକ୍ତର ଏବଂ ଡାକ୍ତରୀ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp