ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ ପୁର ପଂଚାୟତ ଅଧୀନସ୍ଥ ଏଫସିଆଇ ମୁଣ୍ଡା ହଟିଙ୍ଗ ରେ ଘରେ ଘରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଆତଙ୍କ ଖେଳି ଯାଇଛି। ଗତ ସପ୍ତାହ ମଧ୍ୟରେ ଜ୍ୱର ରେ ପୀଡିତ ହୋଇ ଗୋଡ଼ିବନ୍ଧ ହସ୍ପିଟାଲ, ସେଣ୍ଟ୍ରାଲ ହସ୍ପିଟାଲ ,ଉପଖଣ୍ଡ ସରକାରୀ ଡାକ୍ତରଖାନା ଏବଂ ଅନୁଗୁଳ ଜିଲ୍ଲା ମେଡିକାଲ ରେ 50 ରୁ ଉର୍ଦ୍ଧ ଚିକିତ୍ସିତ ହେଉଛନ୍ତି |ସେମାନଙ୍କର ଡେଙ୍ଗୁ ହୋଇଥିବା ଟେଷ୍ଟ ରିପୋର୍ଟ ରୁ ଜଣା ପଡିଛି |ଏହାକୁ ନେଇ ସମଗ୍ର ଅଂଚଳ ରେ ଘରେ ଘରେ ଡେଙ୍ଗୁ ଜ୍ୱର କୁ ନେଇ ଆତଙ୍କ ଖେଳି ଯାଇଛି |ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଘଟଣା ସମ୍ପର୍କରେ ଜାଣିବା ପରେ ଉପ ଜିଲ୍ଲାପାଳ ସମୀର କୁମାର ଜେନା ଙ୍କ ସହ କଥା ହୋଇ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି |ଏବଂ ହସ୍ପିଟାଲ ରେ ରୋଗୀ ଙ୍କୁ ଭେଟି ଉତ୍ତମ ଭାବେ ସିକିତ୍ସା କରିବା ପାଇଁ ଡାକ୍ତର ଙ୍କସହ କଥା ହୋଇଛନ୍ତି | ତାଳଚେର ରୁ ବିଘ୍ନେଶ୍ୱର ସାହୁ ଙ୍କ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp