ଆଜି ତାଳଚେର କଲେଜ ର ପୁରାତନ ଛାତ୍ର ଛାତ୍ରୀଙ୍କ ବୈଠକ ଅନୁଷ୍ଠିତ ସୋଇଥିଲା । କଲେଜ ର ଅଧକ୍ଷ ମେଜର ସୁବ୍ରତ କୁମାର ଦାସ ଏଥିରେ ସଭାପତିତ୍ବ କରିଥିଲା ବେଳେ ଅତିଥି ଭାବେ ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ତଥା କଲେଜର ପୁରାତନ ଛାତ୍ର ମହେଶ ସାହୁ , ପରଜଙ୍ଗ ର ବିଧାୟକ ତଥା ପୁରାତନ ଛାତ୍ର ବିଭୁତି ପ୍ରଧାନ , ପାଲଲହଡ଼ା ର ବିଧାୟକ ତଥା ପୁରାତନ ଛାତ୍ର ଅଶୋକ ମହାନ୍ତି , ଅନୁଗୁଳ ସମବାୟ ବ୍ୟାଙ୍କ ସଭାପତି ତଥା ପୁରାତନ ଛାତ୍ର ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଅଧକ୍ଷ ଶ୍ରୀଦାସ ସ୍ଵାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରି ,ଆଜିର ବୈଠକ ସମ୍ପର୍କ ରେ ସୂଚନା ପ୍ରଦାନ କରିବା ସହ କଲେଜର ଅଭାବ ଅସୁବିଧା ସମ୍ପର୍କ ରେ ଉଲ୍ଳେଖ କରିଥିଲେ । କଲେଜ ରେ ବର୍ତମାନ ବିଭିନ୍ନ ବିଭାଗରେ ଅଧ୍ୟାପକ ଅଧ୍ୟାପିକା ଙ୍କ ଅଭାବ , ଅନ୍ୟୁନ ୧୦୦୦ସିଟ୍ ବିଶିଷ୍ଟ ଅଡିଟୋରିୟମ ହଲ ନିର୍ମାଣ, ଆବଶ୍ୟକୀୟ ଶ୍ରେଣୀ ଗୃହ , କଲେଜ କୁ ଯିବା ଆସିବା ପାଇଁ ଜାତୀୟ ରାଜପଥ ଖାଲ ଖମନ ଜନିତ ଟ୍ରାଫିକ ସମସ୍ୟା ଜଟିଳ ଯୋଗୁଁ ଛାତ୍ର ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା , କୁ ଉଲ୍ଲେଖ କରିଥିଲେ । ସେହିପରି ତାଳଚେର କଲେଜ ରେ ବିଶ୍ବ ସ୍ତରୀୟ ଲାଇବ୍ରେରି ସ୍ଥାପନ ,ବଏଜ୍ ଓ ବାଳିକା ହଷ୍ଟେଲ ନିର୍ମାଣ ଶହ ସିଟ୍ ସଂଖ୍ୟା ବୃଦ୍ଧି , ଉନ୍ନତ ମାନର ଲାବୋରଟରୀ ବ୍ୟବସ୍ଥା ଏଵଂ ତାଳଚେର କଲେଜ ରେ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଖୋଲିବା ଇତ୍ୟାଦି ବିଷୟ ରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆଜିର ବୈଠକର ପୁରାତନ ଛାତ୍ର ପରିଷଦ ର ସଭାପତି ଭାବେ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରୀ ତଥା ତାଳଚେର କଲେଜର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନୋନିତ କରାଯାଇଥିଲା ବେଳେ କାର୍ଯ୍ୟକରି ସଭାପତି ଭାବେ ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ତଥା ପୁରାତନ ଛାତ୍ର ମହେଶ ସାହୁଙ୍କୁ ସର୍ବ ସମ୍ମତି କ୍ରମେ ମୋନନିତ କରାଯାଇଥିଲା। ଶିକ୍ଷ୍ୟା ପ୍ରଦାନ କ୍ଷେତ୍ରରେ କିପରୀ ଉନ୍ନତ ମାନର ଶିକ୍ଷା ଛାତ୍ର ଛାତ୍ରୀ ମାନେ ଲାଭ କରିପାରିବେ ସେ ବିଷୟରେ କଲେଜ ଅଧ୍ୟକ୍ଷ ଚିନ୍ତା କରିବା ଆବଶ୍ୟକ ବୋଲି ଶ୍ରୀ ସାହୁ କହିବା ଶହ ଆବଶ୍ୟକୀୟ ଭିତ୍ତି ଭୂମି ଅଭାବ ଅସୁବିଧା ବୁଝିବା ପାଇଁ ଆମ ପୁରାତନ ଛାତ୍ର ପରିଷଦ ଧ୍ୟାନ ଦେବା ଆବଶ୍ୟକ । ଓ ସୌଭାଗ୍ୟ ବସତ ଏହି ମହାବିଦ୍ୟାଳୟ ରୁ ଛଅ ଜଣ ପୁରାତନ ଛାତ୍ର ବିଧାୟକ ହୋଇପାରି ଥିବା ସହ ବର୍ତ୍ତମାନ ବିଧାୟକଭାବେ ସେଥିମଧ୍ୟରୁ ଦୁଇଜଣ ପାଲଲହଡା ଓ ପରଜଙ୍ଗ ର ବିଧାୟକ ତାଳଚେର କଲେଜ ର ପୁରାତନ ଛାତ୍ର ଅଟନ୍ତି । ସେହିପରି ଏହି ମହାବିଦ୍ୟାଳୟ ରୁ ଦୁଇଜଣ ପୁରାତନ ଛାତ୍ର ସାଂସଦ ଭାବେ ପ୍ରତିନିଧିତ୍ଵ କରିଥିବା ସହ ମହେଶ ସାହୁ ଏବେ ପୂର୍ବତନ ସାଂସଦ ଓ ବର୍ତ୍ତମାନ ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଅଧିଷ୍ଠିତ ଅଛନ୍ତି । ତେଣୁ ସମସ୍ତେ ଏକ ମନ ଓ ଏକ ମତରେ କଲେଜ ର ଉନ୍ନତି ପାଇଁ କାର୍ଯ୍ୟକରିବା ନେ଼ଇ ପ୍ରକାଶ କରିଥିଲେ । ଅପର ପକ୍ଷରେ ତାଳଚେର ରେ ଅବସ୍ଥିତ ବିଭିନ୍ନ ଶିଳ୍ପ ସଂସ୍ଥା ଗୁଡ଼ିକ ଏଠାରେ ସେମାନଙ୍କ ପ୍ରକଳ୍ପ କାର୍ଯ୍ୟ କରୁଥିବେ ବେଳେ ତାଙ୍କର ମଧ୍ୟ ଏହି କଲେଜ ପ୍ରତି ଆର୍ଥିକ ଅନୁଦାନ ପ୍ରଦାନ କରିବା ସହିତ ଆବଶ୍ୟକୀୟ କ୍ଲାସରୁମ ଅଡିଟୋରିମ , ହଷ୍ଟେଲ ନିର୍ମାଣ ନିର୍ମାଣ କାର୍ଯ୍ୟ କରିବା ପାଇଁ ହକଦାର ଅଟନ୍ତି । ସେହିପରି ତାଳଚେର ଏକ ଖଣି ଖାଦାନ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସରକାର ଙ୍କ ନୀତି ନିୟମ ଅନୁଯାୟୀ ଅନୁଗୋଳ ଜିଲ୍ଲାରେ ମହଜୁଦ ଥିବା ଜିଲ୍ଲା ଖଣିଜ (ଡି ଏମ ଏଫ )ପାଣ୍ଠି କୁ ବିନିଯୋଗ କରାଯାଇ କଲେଜ ର ଆବଶ୍ୟକୀୟ ବିକାଶ ମୁଳକ କାମ କରାଯାଇ ପାରିବ । କିନ୍ତୁ ଏଥିପାଇଁ କଲେଜ ପକ୍ଷରୁ ଚିଠି ଶହ ପୁରାତନ ଛାତ୍ର ପରିଷଦ ର କର୍ମକର୍ତା ମାନେ ଉଦ୍ୟମ କରିବା ଦରକାର ବୋଲି ମତ ପ୍ରକାଶ ପାଇଥିଲା । ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବରିଷ୍ଟ ଓକିଲ ଯଦୁମଣି ସାହୁ , ପେସ୍କାର ଗଡ଼ନାୟକ , ଦୟାସାଗର ମିଶ୍ର , ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ , ପୁର୍ବତନ ନଗରପାଳ କେଶବ ଭୁତିଆ , ଶିକ୍ଷାବିତ ସୋଭଗିନି ଦେବୀ ମାୟାଧର ସାହୁ ପ୍ରମୁଖ ନିଜ ନିଜର ମତାମତ ପ୍ରଦାନ କରିଥଲେ ଏବଂ ଖୁବ୍ ଶୀଘ୍ର ତାଳଚେର ଶୟମ୍ଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ପରିଷଦ ର ରେଜିଷ୍ଟ୍ରେସନ କାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସରକାରିଓକିଲ ଗିରିଜାଶଙ୍କରମିଶ୍ର ସାମ୍ବାଦିକ ଡ଼ଃ ରଶ୍ମି ରଞ୍ଜନ ମିଶ୍ର ,ତପନ କୁମାର ମହାରଣା , ବିରଜା ଶଙ୍କର ମିଶ୍ର , ବରିଷ୍ଟ ଓକିଲ ସୁରେଶ୍ଵର ମିଶ୍ର ରାଜେନ୍ଦ୍ର ସିଙ୍ଗ , ଦେବାଶିଷ ଘୋଷ ପୂର୍ବତନ ଅଧକ୍ଷ ଖିଲାର ବାବୁ ସୀତାକାନ୍ତ ବାରିକ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେଉପସ୍ଥିତଥିଲେ ।ଇଂରାଜୀ ଅଧ୍ୟାପକ ରୋହିତ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କଲେଜ ପୂରାତନ ଛାତ୍ର ପରିଷଦ ପାଇଁ ସଦାସର୍ବଦା ଚିନ୍ତା କରୁଥିବା ଅଧ୍ୟାପକ ସ୍ୱର୍ଗତ ଡ଼ଃ ନିମାଇଁ ଚରଣ ପ୍ରଧାନଙ୍କ ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅଜିର ଏହି ଆଲୁମନି ବୈଠକ ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ନେତା ସାମ୍ବାଦିକ ଓକିଲ , ଶିକ୍ଷାବିତ , ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳର ମୂଖ୍ୟ , ବିଶିଷ୍ଟ ବ୍ୟବସାୟୀ ଓ ସରକାରୀ ଅଧିକାରୀ କର୍ମଚାରୀ ସହ ଶତାଧିକ ପୂରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ଆଗକୁ ଏହି ସଙ୍ଖ୍ୟା ଅଧିକ ହେବ ବୋଲି କୁହା ଯାଇଥିଲା ବେଳେ ଖୁବ୍ ଶୀଘ୍ର ଏହି କଲେଜ ପକ୍ଷରୁ ଗଲ୍ଡେନ ଜୁବୁଲି ଉତ୍ସବ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ ।। ମହାବିଦ୍ୟାଳୟ ର ଏନ ସି ସି ଛତ୍ରୀ ମାନେ ଏହି କାର୍ଯକ୍ରମ ରେ ପୂର୍ଣ୍ଣ ସହୋଜୋଗ କରିଥିଲେ ।। ତାଳଚେର ରୁ ବିଘ୍ନେଶ୍ୱର ସାହୁ ଙ୍କ ରିପୋର୍ଟ ଅନୁଗୋଳ ଏକ୍ସପ୍ରେସ