ବର୍ତ୍ତମାନ ରାଜ୍ୟରେ ଅମଳ ହେବାରେ ଲାଗିଛି ଧାନ , କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲି ନାହାଁନ୍ତି । ଯାହାକୁ ନେଇ ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି । ତେବେ ନଭେମ୍ବର ୧ ତାରିଖରୁ ଧାନ ମଣ୍ଡି ଖୋଲିବା କଥା ହେଲେ ଖୋଲା ହେଇପାରିଲା ନାହିଁ । ଯାହାକୁ ନେଇ ଏବେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସରକାରଙ୍କର କୃଷି ମରଣା ନୀତିକୁ ବିରୋଧ କରିଛି । ସେଭଳି ଅନୁଗୁଳ ଜିଲ୍ଲାରେ କେଉଁଠି ବି ମଧ୍ୟ ଧାନ ମଣ୍ଡି ଖୋଲା ଯାଇନାହିଁ , ଯାହାକୁ ନେଇ ଅନୁଗୁଳ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସରକାରଙ୍କର ଏହି କୃଷି ମାରଣା ନୀତିକୁ ଦୃଢ଼ ବିରୋଧ କରିଛି । ଆଜି ଏହି କ୍ରମରେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀଙ୍କ ନେତୃତ୍ୱରେ ଅନୁଗୁଳ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଆଗାମୀ ୭ ଦିନ ମଧ୍ୟରେ ଯଦି ଧାନ ମଣ୍ଡି ଖୋଲାନଯାଏ ତେବେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେପି କହିଛି । ଏହି ଦାବିପତ୍ର ପ୍ରଦାନ ବେଳେ କୃଷକ ନେତା ଜଗନ୍ନାଥ ଗଡ଼ନାୟକସିଂ ,ବିଜେପି ନେତା ବିଶ୍ଵଜିତ ମିଶ୍ର ,ନାରୀ ନେତ୍ରୀ ପ୍ରତିମା ମିଶ୍ର ଏବଂ ମିତାରାଣୀ ପାତ୍ର ଙ୍କ ସମେତ ଦଳର କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ବିରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ୍