ଅନୁଗୋଳ ସରକାରୀ ପଲିଟେକ୍ନିକ୍ ରେ ଓଡ଼ିଶା ସରକାର ଙ୍କ ନୂଆ – ଓ ନବୀନ ଓଡ଼ିଶା କାର୍ଯକ୍ରମ କୁ ସ୍ଥାନୀୟ ବିଧାୟକ ରଜନୀକାନ୍ତ ସିଂହ ମହୋଦୟ ଓ ବନରପାଳ ବ୍ଲକ ଅଧ୍ୟକ୍ଷ ବିଜୟ ନାଥ ଓ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ ଏବଂ ନୋଡାଲ ଅଧିକାରୀ ଲକ୍ଷ୍ମୀକାନ୍ତ ନାୟକ ବରିଷ୍ଠ ଅଧ୍ୟାପିକା ମୋନାଲିସା ବେହେରା , ଜୟଶ୍ରୀ ମହାନ୍ତି, ରଶ୍ମି ଗଡପlଲ, ନୋଡାଲ ଅଧିକାରୀ ଲୋପାମୁଦ୍ରା ସ୍ବାଇଁ, ଶ୍ୱେତଲିନା ଶତପଥୀ, ମୀର। ରାଣୀ ପରିଡ଼ା, ଅଧ୍ୟାପକ ଚିନ୍ମମୟ କୁମାର ପଣ୍ଡା , ବିନୋଦ କୁମାର ସାହୁ , ଅନିଲ କୁମାର ସ୍ବାଇଁ ତତ୍ତ୍ଵାବଧାନରେ କାର୍ଯକ୍ରମ ଆରମ୍ଭ ହୋଇଥିଲା l ଉକ୍ତ କାର୍ଯକ୍ରମ ରେ ମାନ୍ୟବର ବିଧାୟକ ରଜନୀକାନ୍ତ ସିଂହ ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ା ଜୀବନ ର କିଛି ଅମୂଲ୍ୟ ବାର୍ତ୍ତା ପ୍ରଦାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ ମହୋଦୟ ଅଭିଭାଷଣ ମାଧ୍ୟମରେ କଲେଜ କିଛି ଅସୁବିଧା ତଥା ଖେଳ ପଡିଆ , କଲେଜ ମୁଖ୍ୟ ଦ୍ଵାର ଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ଲାଇଟ୍ ସୁବିଧା ଓ ବିଶୁଦ୍ଧ ପାନୀୟ ଜଳ ଯନ୍ତ୍ର ସ୍ଥାପନ ବାବଦରେ ବିଧାୟକ ମହୋଦୟ ଙ୍କୁ ଅବଗତ କରାଇଥିଲେ l ଏହା ଛାତ୍ର ଛାତ୍ରୀ ମାନେ ପରେ ସରକାର ଙ୍କ ଦ୍ଵାରା ମିଳୁଥିବା ସମସ୍ତ ପ୍ରକାର ର ଯୋଜନା କୁ ନାଟ୍ୟ ରୂପାନ୍ତର କରିଥିଲେ ।ସରକାରୀ ପଲିଟେକ୍ନିକ ର ଅଧ୍ୟାପକ ଏବଂ ଅଧ୍ୟାପିକା ମାନଂକ ଦ୍ଵାରା ଲିଖିତ ପତ୍ରିକାର ଲୋକାର୍ପଣ ମଧ୍ୟ ହୋଇଥିଲା । ସର୍ବ ଶେଷରେ ବିଭିନ୍ନ ପ୍ରକାର ର ଖେଳ ଓ ନାଚ ଗୀତ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଧାୟକ ରଜନୀକାନ୍ତ ସିଂହ ମହୋଦୟ ଓ କଲେଜ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ସାହୁ ମହୋଦୟ ପୁରସ୍କାର ବିତରଣ କରିଥିଲେ ।

Leave a Reply

Your email address will not be published. Required fields are marked *

Follow by Email
Instagram
WhatsApp